ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳକାର ଜଳସ୍ତର ...Middle East

News by : (News room odisha) -
ଜଳେଶ୍ଵର – ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ରହିଥିବା ବେଳେ ସକାଳ ୯ ଟା ସୁଦ୍ଧା ୬.୪୪ ମିଟର ଉପରେ ଥିଲା ଜଳସ୍ତର । ନଦୀର ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ନଦୀରେ ପାଣି ବଢିବା ସହିତ ବନ୍ୟା ଆସିବାର ଆଶଙ୍କା ରହିଛି। ଜଳକା ନଦୀର ଜଳସ୍ତର ବଢିବା ପରେ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ । ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ନଦୀର ଜଳସ୍ତର ବଢୁଛି । ଲଘୁଚାପ ସକ୍ରିୟ ଥିବାରୁ ଆହୁରି ଦୁଇଦିନ ବର୍ଷା ହେବ ବୋଲି ସୂଚନା ଥିବାରୁ ବନ୍ୟା ଆଶଙ୍କା କରାଯାଉଛି । The post ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳକାର ଜଳସ୍ତର appeared first on News Room Odisha.

Hence then, the article about ଲଗ ଣ ବର ଷ ଯ ଗ ବଢ ଛ ଜଳକ ର ଜଳସ ତର was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳକାର ଜଳସ୍ତର )

Last updated :

Also on site :

Most Viewed News
جديد الاخبار