ଆଜିଠୁ ତିନି ଦିନ ବଢିବ ଖରା ପ୍ରକୋପ ...Middle East

News room odisha - News
ଆଜିଠୁ ତିନି ଦିନ ବଢିବ ଖରା ପ୍ରକୋପ
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ତାପ ଜନିତ ସ୍ଥିତି ସଙ୍ଗୀନ ରହିଛି। ଏଣେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜିଠୁ ୩ ଦିନ ଖରାର ପ୍ରକୋପ ଅଧିକ ବୃଦ୍ଧି ପାଇବ । ଦିନ ସହ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାରେ ମଧ୍ୟ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି । ଆଜି ଗ୍ରୀଷ୍ମ ପ୍ରବାହ ନେଇ ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲାକୁ ସତର୍କ ସୂଚନା ଦିଆଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢେ ୩ଟା ମଧ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜନସାଧାରଣ ଅତି ଜରୁରୀ କାମ ନଥିଲେ ପଦାକୁ ବାହାରିବାକୁ ବାରଣ କରାଯାଇଛି। ଏ ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସ ଆରସି

Hence then, the article about ଆଜ ଠ ତ ନ ଦ ନ ବଢ ବ ଖର ପ ରକ ପ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଆଜିଠୁ ତିନି ଦିନ ବଢିବ ଖରା ପ୍ରକୋପ )

Apple Storegoogle play

Last updated :

Also on site :