ଟ୍ରକ୍-ଟେମ୍ପୋ ଧକ୍କା, ୯ ମୃତ ...Middle East

News room odisha - News
ଟ୍ରକ୍-ଟେମ୍ପୋ ଧକ୍କା, ୯ ମୃତ
ଲାଖିସରାଇ (ବିହାର): ବିହାରର ଲଖିସରାଇରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଜଣ ପ୍ରାଣ ହରାଇଛନ୍ତି। ଲଖିସରାଇ-ସିକନ୍ଦରା ମୁଖ୍ୟ ରାସ୍ତା କଡ଼ ବିହରୌରା ଗ୍ରାମରେ ଏକ ଟ୍ରକ୍ ଓ ଟେମ୍ପୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଟେମ୍ପୋ ବିପରୀତ ଦିଗରୁ ଆସୁଥିଲା ଏବଂ ଏଥିରେ ୧୫ ଜଣ ଯାତ୍ରୀ ଥିଲେ। ମୃତକଙ୍କ ମଧ୍ୟରୁ ଅଧିକାଂଶ ମୁଙ୍ଗେର ବାସିନ୍ଦା ଥିଲେ। ଲଖିସରାଇ ପୋଲିସ ଏସପି ପଙ୍କଜ କୁମାର କହିଛନ୍ତି, ଏହି ଦୁର୍ଘଟଣା ଭୋର ପ୍ରାୟ ୩ଟା ସମୟରେ ଲଖିସରାଇ-ସିକନ୍ଦରା ମୁଖ୍ୟ ରାସ୍ତାରେ ଘଟିଥିଲା । ଏହି ଦୁର୍ଘଟଣାରେ ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।” ଏହି ଲୋକମାନେ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।

Hence then, the article about ଟ ରକ ଟ ମ ପ ଧକ କ ୯ ମ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଟ୍ରକ୍-ଟେମ୍ପୋ ଧକ୍କା, ୯ ମୃତ )

Apple Storegoogle play

Last updated :

Also on site :