ଭଞ୍ଜନଗର: କାର୍ ଓଲଟି ୨ ମୃତ, ୨ ଗୁରୁତର ...Middle East

News room odisha - News
ଭଞ୍ଜନଗର: କାର୍ ଓଲଟି ୨ ମୃତ, ୨ ଗୁରୁତର
ଭଞ୍ଜନଗର: ମୁଜାଗଡ ପାଖ ବୁଦୁଲି ନିକଟରେ ରବିବାର ଅପରାହ୍ନରେ ଏକ ଚଳନ୍ତା କାରର ଚକ ବାହାରି ପଡ଼ିବାରୁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍ ଓଲଟି ପଡ଼ିବାରୁ ଦୁଇ ଜଣ ଯୁବକ ପ୍ରାଣ ହରାଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ସମସ୍ତେ ବେଲଗୁଣ୍ଠା ଅଞ୍ଚଳର ଅଟନ୍ତି। ମୃତକ ହେଲେ ଜିତୁ ବାଡତ୍ୟା ଓ ମନୋଜ ପ୍ରଧାନ। ସେହିପରି ଶ୍ରୀନିବାସ ପ୍ରଧାନ ଓ ଦେବାଶିଷ ବିଷୋୟୀ ଗୁରୁତର ହୋଇଛନ୍ତି। ଏମାନେ ସମସ୍ତେ ମିଶି ମୁଜାଗଡ ପଞ୍ଚାୟତର ନିଧିଆପଲ୍ଲୀ ଠାରେ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ହଠାତ୍ କାରର ଚକ ଛିଣ୍ଡିଯିବାରୁ କାର୍ ଓଲଟି ପଡିଥିଲା ଓ ୪ ଜଣ ଯାକ ତାହା ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ କିଛି ଗ୍ରାମବାସୀ ଓ ଯୁବକ ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। The post ଭଞ୍ଜନଗର: କାର୍ ଓଲଟି ୨ ମୃତ, ୨ ଗୁରୁତର appea

Hence then, the article about ଭଞ ଜନଗର କ ର ଓଲଟ ୨ ମ ତ ୨ ଗ ର ତର was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଭଞ୍ଜନଗର: କାର୍ ଓଲଟି ୨ ମୃତ, ୨ ଗୁରୁତର )

Apple Storegoogle play

Last updated :

Also on site :

Most viewed in News