ଏସଟିଏଫକୁ ବଡ଼ ସଫଳତା ଚିତା ବାଘ ଛାଲ ଜବତ ...Middle East

News room odisha - News
ଏସଟିଏଫକୁ ବଡ଼ ସଫଳତା ଚିତା ବାଘ ଛାଲ ଜବତ
ଫୁଲବାଣୀ: ଏସଟିଏଫକୁ ବଡ଼ ସଫଳତା l କନ୍ଧମାଳର ଫିରଙ୍ଗିଆ ଥାନା ମଣିପଦର ଗାଁରୁ ଚିତା ବାଘ ଛାଲ ଜବତ କରିଛି ଏସଟିଏଫ । ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲା କନ୍ଧମାଳ କୁରକନପଲ୍ଲୀର ବିଲରାସେନ କହଁର । ରେଡ୍ ବେଳେ ନଗଦ ୫ ହଜାର ୫ଶହ ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି ଏସଟିଏଫ । ଗିରଫ ପରେ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଜବତ ଚିତାବାଘ ଛାଲକୁ ପରୀକ୍ଷା ପାଇଁ ଡେରାଡୁନ ପଠାଯିବା ନେଇ ସୂଚନା ରହିଛି। ପୂର୍ବରୁ ଅଭିଯୁକ୍ତ ନାଁରେ ଅନେକ ମାମଲା ରହିଛି । ରବିବାର ରାତିରେ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ମଣିପଦର ଗାଁରେ ଚିତାବାଘ ଛାଲ ବିଷୟରେ ଖବର ପାଇ ଏସଟିଏଫର ଏକ ଟିମ୍ ସ୍ଥାନୀୟ ପୋଲିସ ସହିତ ଚଢ଼ାଉ କରିଥିଲା । ବାଘ ଛାଲ ସହ ଅଭିଯୁକ୍ତକୁ ଧରିଥିଲା । The post ଏସଟିଏଫକୁ ବଡ଼ ସଫଳତା ଚିତା ବାଘ ଛାଲ ଜବତ appeared first on News Room Odisha.

Hence then, the article about ଏସଟ ଏଫକ ବଡ ସଫଳତ ଚ ତ ବ ଘ ଛ ଲ ଜବତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ଏସଟିଏଫକୁ ବଡ଼ ସଫଳତା ଚିତା ବାଘ ଛାଲ ଜବତ )

Apple Storegoogle play

Last updated :

Also on site :