ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ ...Middle East

News by : (News room odisha) -

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି।

ଏହି ବେଲଜିୟମ ହୋମର ପାରାମାନଙ୍କର ଶାରୀରିକ ଗଠନ ସ୍ୱତନ୍ତ୍ର। ସେମାନଙ୍କ ଥଣ୍ଟରେ ଥିବା ଏକ ପ୍ରାକୃତିକ ଲୌହ ସଂରଚନା ଥାଏ। ଯାହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ ଏବଂ ପ୍ରାକୃତିକ ଦିଗବାରେଣୀ ଯନ୍ତ୍ର ଭଳି କାମ କରେ। ଏହିଭଳି ସ୍ଵତନ୍ତ୍ର ଶାରୀରିକ ଗଠନ କାରଣରୁ ପାରାମାନେ ମାଇଲ ମାଇଲ ଦୂରରୁ ମଧ୍ୟ ସେମାନଙ୍କ ଲକ୍ଷ୍ୟସ୍ଥଳ ସଠିକ ଭାବେ ଖୋଜି ପାଇଥାନ୍ତି।

ଓଡ଼ିଶା ପୋଲିସ ଏହି ପରମ୍ପରାକୁ ୧୯୪୬ ମସିହାରେ ଆରମ୍ଭ କରାଯାଇଥିଲା । ଆମେରିକୀୟ ସେନାଙ୍କ ଠାରୁ ୨୦୦ଟି ପାରା ଗ୍ରହଣ କରି ଆରମ୍ଭ କରିଥିଲେ। ପ୍ରଥମେ କୋରାପୁଟ ଜିଲ୍ଲାର ପାର୍ବତ୍ୟାଞ୍ଚଳରେ ପରୀକ୍ଷାମୂଳକ ଭାବେ ଏହି ଯୋଗାଯୋଗ ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ୭୦୦ରୁ ଅଧିକ ପାରାଙ୍କୁ ନେଇ ଏକ ବଡ଼ ନେଟୱାର୍କରେ ପରିଣତ ହୋଇଥିଲା। ୧୯୮୨ର ବାଙ୍କୀ ବନ୍ୟା ଏବଂ ୧୯୯୯ର ମହାବାତ୍ୟା ସମୟରେ ଯେତେବେଳେ ଆଧୁନିକ ରେଡିଓ ଓ ଟେଲିଫୋନ୍ ସେବା ବିଚ୍ଛିନ୍ନ ହୋଇଯାଇଥିଲା, ସେତେବେଳେ ଏହି ‘ପାରା ଡାକ’ ହିଁ ବାହ୍ୟ ଜଗତ ସହ ଯୋଗାଯୋଗର ଏକମାତ୍ର ମାଧ୍ୟମ ସାଜିଥିଲା।

ପ୍ରଦର୍ଶନୀରୁ ଜଣାଯାଇଛି ଯେ, ୧୯୪୮ ମସିହା ଏପ୍ରିଲରେ ପଣ୍ଡିତ ଜବାହରଲାଲ ନେହେରୁ ସମ୍ବଲପୁରରୁ କଟକକୁ ଏକ ଚିଠି ପଠାଇଥିଲେ। ନେହେରୁଙ୍କ କାର୍ କଟକ ପହଞ୍ଚିବାକୁ ୭ ଘଣ୍ଟା ଲାଗିଥିବା ବେଳେ ଏହି ଡେଣାଧାରୀ ଦୂତ ମାତ୍ର ୫ ଘଣ୍ଟାରେ ବାର୍ତ୍ତା ପହଞ୍ଚାଇ ଦେଇଥିଲେ। ଏହି ପାରାମାନେ ଘଣ୍ଟାପ୍ରତି ପ୍ରାୟ ୫୫ କିଲୋମିଟର ବେଗରେ ଉଡ଼ିପାରନ୍ତି।

ଆଜିର ଇ-ମେଲ୍ ଯୁଗରେ ମଧ୍ୟ ଓଡ଼ିଶା ସରକାର ଏହି ୭୦ ବର୍ଷର ପରମ୍ପରାକୁ ଏକ ମଧୁର ପୁରାତନ ସ୍ମୃତି ଭାବେ ବଞ୍ଚାଇ ରଖିଛନ୍ତି। ବର୍ତ୍ତମାନ କଟକ ଏବଂ ଅନୁଗୁଳ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ ଏହି ପାରାମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। ଷ୍ଟାଟିକ (ଏକମୁଖୀ), ବୁମେରାଙ୍ଗ (ଦୁଇମୁଖୀ) ଏବଂ ମୋବାଇଲ୍ ସେବା ଭଳି ତିନୋଟି ଶ୍ରେଣୀରେ ଏହି ସେବା କାର୍ଯ୍ୟ କରୁଛି।

ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ News Room Odisha.

Hence then, the article about ନ ୟ ୟ ସ ହ ତ ପ ରଦର ଶନ ର ଓଡ ଶ ପ ଲ ସର ଐତ ହ ସ କ କପ ତ ସ ବ ପ ରଦର ଶ ତ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ )

Last updated :

Also on site :

Most Viewed News
جديد الاخبار