ପୋଲସରା: ଜଳିଗଲେ ୩୫ ଛେଳି ...Middle East

News by : (News room odisha) -
ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଥୁରା ଗ୍ରାମର ଗୁଡିମାଳ ସାହିରେ ଅଘଟଣ। ଏକ ଛେଳି ଗୁହାଳରେ ନିଆଁ ଲାଗି ୩୫ଟି ଛେଳି ଜଳି ପ୍ରାଣ ହରାଇଛନ୍ତି। ଆଉ ୨୫ଟି ଛେଳି ନିଆଁରେ ସାମାନ୍ୟ ପୋଡ଼ି ଯାଇଛନ୍ତି। ଏହି ଗୁହାଳଟି ମେଷ ପାଳକ ପଦ୍ମା ପାତ୍ରଙ୍କ ବୋଲି ଜଣାଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନି। ମାତ୍ର ଗୁହାଳଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ସବୁଦିନ ପରି ପଦ୍ମା ଛେଳି ବାହାରେ ଚରାଇ ଆଣିବା ପରେ ଗୁହାଳରେ ବାନ୍ଧି ରଖିଥିଲେ। ସୋମବାର ବିଳମ୍ବିତ ରାତିରେ ଛେଳି ଗୁଡ଼ିକର ଚିତ୍କାର ଶୁଣି ଘରର ଲୋକ ବାହାରକୁ ଆସି ଦେଖିଲା ବେଳକୁ ଗୁହାଳ ଜଳୁଥିଲା।ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିବା ମଧ୍ୟରେ ଅଧାରୁ ଅଧିକ ପଶୁ ପୋଡ଼ି ମରି ସାରିଥିଲେ। ବଳକା ଛେଳିଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ତହସିଲ ଅଫିସ୍ କର୍ମଚାରୀ ଓ ପୋଲିସ ତଦନ୍ତ କରିଛନ୍ତି। The post ପୋଲସରା: ଜଳିଗଲେ ୩୫ ଛେଳି appeared first on News Room Odish

Hence then, the article about ପ ଲସର ଜଳ ଗଲ ୩୫ ଛ ଳ was published today ( ) and is available on News room odisha ( Middle East ) The editorial team at PressBee has edited and verified it, and it may have been modified, fully republished, or quoted. You can read and follow the updates of this news or article from its original source.

Read More Details
Finally We wish PressBee provided you with enough information of ( ପୋଲସରା: ଜଳିଗଲେ ୩୫ ଛେଳି )

Last updated :

Also on site :

Most Viewed News
جديد الاخبار